କଟକରେ ପୁଣି ଏନ୍‌କାଉଣ୍ଟର

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନ୍‌କାଉଣ୍ଟରରେ ଯୁଗ ଓରଫ୍ ବସିର ଖାନ୍‌ ଆହତ। ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଯୁଗଙ୍କୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା।

ଯୁଗ ନିକଟରୁ ୩ଟି ବୋମା ଓ ମୋବାଇଲ ଜବତ କରାଯାଇଛି। କୁରୁଣ୍ଟି ଠିକାଦାର ଓ ପୋଲିସ ଗାଡ଼ି ଉପରକୁ ଆକ୍ରମଣରେ ସଂପୃକ୍ତ ଥିଲା। ପୂର୍ବରୁ ଯୁଗର ସହଯୋଗୀ କାବୁଆକୁ ଏନ୍‌କାଉଣ୍ଟର ହୋଇଥିଲା।

 

You might also like