କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ। ଗତକାଲି କୁମ୍ଭୀର ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଜି ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଛି।

ମୃତକଙ୍କ ନାଁ ବିଜୟ ପାତ୍ର। ସେ ଗତକାଲି ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକ ପ୍ରଶାସନକୁ ଜଣାଇବା ପରେ ଓଡ୍ରାଫ ଟିମ୍‌ ସହାୟତା ନିଆଯାଇଥିଲା। ଆଜି ବିଜୟଙ୍କ କ୍ଷତାକ୍ତ ମୃତ ଶରୀର ଉଦ୍ଧାର  କରାଯାଇଛି।

You might also like