ପୁଣି ପିଲାଚୋର ସନ୍ଦେହ ; ଯୁବକଙ୍କୁ ଆକ୍ରମଣ

କେନ୍ଦୁଝର : ପିଲା ଚୋରି ସନ୍ଦେହରେ ପୁଣି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼। ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଣିଆଯୋଡ଼ି ଗାଁରୁ। ଜଣେ ଯୁବକଙ୍କୁ ପିଲାଚୋର ସନ୍ଦେହରେ ଲହୁଲୁହାଣ କରିଛନ୍ତି ଲୋକେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଆନନ୍ଦପୁର ପୋଲିସ।

ଯୁବକଙ୍କ ପରିଚୟ ମିଳିପାରିନାହିଁ। ସଂପୃକ୍ତ ଯୁବକଙ୍କ ସହ ଆଉ ଦୁଇ ଜଣ ଯୁବକ ବଣିଆଯୋଡ଼ି ଗାଁରେ ବୁଲୁଥିଲେ। ଗାଁ ଲୋକେ ସେମାନଙ୍କ ପରିଚୟ ପଚାରିବାରୁ ୨ ଜଣ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଧରା ପଡିଥିବା ଅନ୍ୟ ଜଣେ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ।

You might also like