ଫୁଲୁଛି ମହାନଦୀ, ବନ୍ୟା ଆଶଙ୍କା

୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଫୁଲିବାରେ ଲାଗିଛି ମହାନଦୀ। ନଦୀରେ ଏବେ ଯେତିକି ପାଣି ଅାସୁଛି, ତାହା ସାମାନ୍ୟରୁ ମଧ୍ୟମର ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରମାଳ ନିକଟରେ ମହାନଦୀରେ ଅାଜି ସନ୍ଧ୍ୟା ୬ଟା ସୁଦ୍ଧା  ୬ ଲକ୍ଷ ୮୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଫଳରେ ଅାସନ୍ତାକାଲି ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିଠାରେ ପ୍ରାୟ ୭ ଲକ୍ଷ ୫୦ ହଜାରରୁ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଅାଶଙ୍କା କରାଯାଉଛି।

ଏହା ଦ୍ୱାରା ସାମାନ୍ୟରୁ ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଅାଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ୧୯୮୨ ଅଗଷ୍ଟରେ ହୋଇଥିବା ୫୮୧ ମିଲିମିଟର ବର୍ଷାର ରେକର୍ଡ ଭାଙ୍ଗି ଅାଜି ବୁର୍ଲାରେ ସର୍ବାଧିକ ୬୨୨ ମିଲିମିଟର ବର୍ଷା ହୋଇଥିଲା। ଫଳରେ ମହାନଦୀ ଫୁଲିବା ସହ ସମ୍ଭାବ୍ୟ ବନ୍ୟା ଅାଶଙ୍କା ଦେଖାଦେଇଛି।

୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ –

ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି SRCଙ୍କ ପକ୍ଷରୁ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅାଯାଇଛି। ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଅାଯାଇଛି। ବନ୍ୟାଜଳ ପ୍ରବାହିତ ରାସ୍ତାରେ ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଅାଯିବା ସହ ଅାରଟିଓ ଏବଂ  ଏମ୍‌ଭିଅାଇଙ୍କୁ ଗାଡ଼ି ଚଳାଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ତଳି ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ଏବଂ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ମୋବାଇଲ୍ ଟିମ୍‌କୁ ନିର୍ଦ୍ଦେଶ ଦିଅାଯାଇଛି।

You might also like