ବିଧାନସଭା ବଜେଟ୍ ଅଧିବେଶନ : ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ 

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନରେ ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ।  ବିରୋଧୀ ମାନେ ୩ଦିନ ହେଲା ଦାବି କରୁଥିବା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଲୋକାୟୁକ୍ତ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯାଉଛି ଏବଂ ଏଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।  ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଏବଂ  ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି।

You might also like