ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜରେ ଦ୍ୱିତୀୟ ଥର ଦୁର୍ଘଟଣା ପରେ ପଣ୍ଡା ଇନ୍‌ଫ୍ରାକୁ ଏହି କାମରୁ ବାଦ ଦିଆଯାଇଛି। ଗତକାଲି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଇନଫ୍ରାକୁ ଆଉ ଏକ ଧକ୍କା ଲାଗିଛି। ଜଟଣୀରେ ନିର୍ମାଣାଧୀନ ଓଭର ବ୍ରିଜ୍‌ରେ ଇନଫ୍ରା ନିମ୍ନାମାନର କାମ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହାର ଖୋଳତାଡ଼ ଆରମ୍ଭ କରିଛି।

ଇନଫ୍ରା ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ କରିଥିଲା ଜଟଣୀ ବ୍ୟବସାୟୀ ମହାସଂଘ। ଏ ନେଇ ସଂଘ ପକ୍ଷରୁ ପ୍ରମାଣ ସ୍ୱରୂପ ସିସିଟିଭି ଫୁଟେଜ୍ ରେକର୍ଡ କରାଯାଇଥିଲା। ଏହି ଅଭିଯୋଗ ପରେ ଭିଜିଲାନ୍ସ ଆଜି ବ୍ୟବସାୟୀ ସଂଘଠାରୁ ସିସିଟିଭି ହାର୍ଡଡିସ୍କ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସିସିଟିଭି ହାର୍ଡଡିସ୍କକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍‌କୁ ପଠାଯିବ ବୋଲି ସୂଚନା ମିଳିଛି।

ସେପେଟ ବମିଖାଲ ଓଭର ବ୍ରିଜ ଦୁର୍ଘଟଣା ମାମଲାରେ ପଣ୍ଡା ଇନଫ୍ରା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ରିଜ ପାଖରେ ବିଜେପି ରିଲେ ଅନଶନ ଆରମ୍ଭ କରିଛି। ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଗିରଫ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଏହି ରିଲେ ଅନଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ଦଳ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି।

ବମିଖାଲ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପୋଲିସ ପକ୍ଷରୁ ଦାୟର ଏତଲାରେ ୧୦ ଜଣଙ୍କ ନା ଥିବା ଜଣାପଡିଛି। ଠିକାଦାର ପ୍ରତାପ ପଣ୍ଡାଙ୍କ ସହ ୧୦ ଜଣଙ୍କ ନାଁରେ ଏତଲା ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା, ସୁଜାତା ପଣ୍ଡା ଏବଂ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ, ସହନିର୍ବାହୀ ଯନ୍ତ୍ରୀ ଦିଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ନିରଜ ଶର୍ମା। ଏମାନଙ୍କ ବ୍ୟତୀତ ବିରଞ୍ଜି ନାରାୟଣ ଜେନା ଓ ବିପୁଲ ଚକ୍ରବର୍ତ୍ତୀଙ୍କ ନାଁ ମଧ୍ୟ ଏତଲାରେ ରହିଛି। ଅତିରିକ୍ତ କମିଶନର ସଞ୍ଜୟ ସିଂହଙ୍କ ତତ୍ତ୍ୱାବଧାନରେ ବ୍ରିଜ୍ ଭୁଶୁଡ଼ିବା ଘଟଣା ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like