ଆତଙ୍କବାଦୀ ଭାବି ୯ ଜଣଙ୍କୁ ଭୁଲରେ ମାରିଦେଲେ ଆଫଗାନ ସେନା

କାବୁଲ: ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରୋଭିନ୍ସରେ ସୋମବାର ରାତିରେ ଭୁଲରେ ଆତଙ୍କବାଦୀ ଭାବି ୯ ଜଣଙ୍କୁ ସଂହାର କରିଛନ୍ତି ଆଫଗାନ ସେନା I ପ୍ରୋଭିନସିଆଲ ଗଭର୍ନର ହାୟାତୁଲା ହୟତ ଏ କଥା ସ୍ଵୀକାର କରିଛନ୍ତି I ଏହି ଘଟଣାରେ ଜଣେ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ସହ ୮ ଜଣ ଆହତ ହୋଇଛନ୍ତି I

ସୂଚନା ମୁତାବକ, ଚାପରହାର ଜିଲ୍ଲାରେ ଏକ ସନ୍ଦିଗ୍ଧ ସ୍ଥାନରୁ ଗତ କାଲି ରାତିରେ ଗୁଳି ଗୋଳା ଶବ୍ଦ ଆସିବା ପରେ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା I ଅପରେସନ ସରିବା ପରେ ଜଣା ପଡିଥିଲା ଯେ ମୃତକମାନେ ଆତଙ୍କବାଦୀ ନୁହନ୍ତି, ସାଧାରଣ ନାଗରିକ I ଅପରେସନରେ କେଉଁ ତ୍ରୁଟି ପାଇଁ ୯ ଜଣ ସାଧାରଣ ଲୋକଙ୍କ ପ୍ରାଣ ଗଲା ସେ ସମ୍ପର୍କରେ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଗଭର୍ନର ହୟତ କହିଛନ୍ତି I deadbody
ସୂଚନା ଯୋଗ୍ୟ, ଏହି ଅଂଚଳ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ବୋଲି ଏଠାରେ ସେନା ମୁତୟନ କରାଯାଇଛି I ବିଶେଷ କରି ଆଇଏସ ଓ ତାଲିବାନ ଆତଙ୍କବାଦୀମାନେ ଏହି ଅଂଚଳରେ ଲୁଚି ରହୁଛନ୍ତି ବୋଲି ସେନା ପାଖରେ ଖବର ରହିଛି I

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like