ଦାବି ହାସଲ ଜିଦ୍‌ରେ ଅଟଳ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ସହ ନିଜ ଦାବି ପୂରଣ ଜିଦ୍‌ରେ ଅଟଳ ଅଛି ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ଆଲୋଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଧାରଣା ଜାରି ରଖିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଫଳରେ ଆସନ୍ତାକାଲିଠୁ କେମିତି ହେବ ମୂଲ୍ୟାୟନ, ତାକୁ ନେଇ ଆଶଙ୍କା ଦେଖାଦେଇଛି।

ଗତ ୩୧ ତାରିଖ ସଂଧ୍ୟାରେ ଅର୍ଥମନ୍ତ୍ରୀଙ୍କ ସମେତ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଗତକାଲି ସଂଧ୍ୟା ସୁଦ୍ଧା ନିଷ୍ପତ୍ତି ପାଇଁ ସମୟ ମାଗିଥିଲା ମନ୍ତ୍ରୀସ୍ତରୀୟ କମିଟି।  କିନ୍ତୁ ଅଦ୍ୟାବଧି କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

You might also like