ବିଜେପିରେ ସାମିଲ୍ ହେଲେ ଅଭିନେତ୍ରୀ ଅପରାଜିତା ମହାନ୍ତି

ଭୁବନେଶ୍ୱର :  ଅାଜି ବିଜେପିରେ ସାମିଲ୍ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅାୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି।

 ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି  । ଗତ ୨୦୧୪ରେ ଅଭିନୟ କ୍ୟାରିୟରରୁ ରାଜନୀତିକୁ ଅାସିବା ସହ କଂଗ୍ରେସରେ ଯୋଗ ଦେଇଥିଲେ ଅପରାଜିତା  ମହାନ୍ତି । ତତ୍କାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗଦେଇଥିଲେ ।

ଗତ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ କଟକ ଲୋକସଭା ଅାସନ ପାଇଁ ଲଢ଼ି ପରାଜୟ ବରଣ କରିଥିଲେ । ତେବେ କିଛି ଦିନ ଏଇ କିଛି ଦିନ ତଳେ ସେ ବିଜେପିରେ ଯୋଗ ଦେଉଥିବା ବଡେପିର ମୁଖପାତ୍ର ସୂଚନା ଦେଇଥିଲେ । ଅପରାଜିତାଙ୍କ ପୂର୍ବରୁ ମହେଶ୍ୱତା, ମିହିର ଦାସ ଓ ଅନୁ ଚୌଧୁରୀ ପ୍ରମୁଖ ଏଇ ନିକଟରେ ବିଜେପିରେ ସାମିଲ ହୋଇଛନ୍ତି ।

 

You might also like