ଧରାପଡ଼ିଲା ହାଇପ୍ରୋଫାଇଲ ସେକ୍ସ ରାକେଟ, ଉଦ୍ଧାର ହେଲେ ନବାଗତା ଅଭିନେତ୍ରୀ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଏକ ହାଇପ୍ରୋଫାଇଲ ସେକ୍ସ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି । ଅଭିନେତ୍ରୀ ଜଣକ ଆଗ୍ରାର ବୋଲି ପୁଲିସ ସୂତ୍ରରୁ କୁହାଯାଇଛି।

ସହର ପାଖ ବଞ୍ଜାରା ହିଲ୍ସ୍‌ ଅଞ୍ଚଳରେ ଏକ ହୋଟେଲରେ ଚାଲିଥିଲା ଏହି ସେକ୍ସ ରାକେଟ୍‌ । ରବିବାର ଏହି ମାମଲାର ସୂଚନା ଦେଇ ପୁଲିସ କହିଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ଶନିବାର ରାତିରେ ହୋଟେଲରେ ଚଢ଼ାଉ  କରିଥିଲା । ଚଢ଼ାଉ ବେଳେ ପୁଲିସ ସେକ୍ସ ଆଡ୍ଡା ଚଳାଉଥିବା ଦଲାଲ ଏ. ଜନାର୍ଦନ ରାଓ ସହ ଜଣେ ଗ୍ରାହକଙ୍କୁ ଗିରଫ କରିଥିଲା । ଗ୍ରାହକ ଜଣକ ଜଣେ ସରକାରୀ କର୍ମଚାରୀ ।

ଜେରା ବେଳେ ପୁଲିସ ଜାଣିବାକୁ ପାଇଲା ଯେ ଅଭିଯୁକ୍ତ ଏ. ଜନାର୍ଦନ ରାଓ ଓ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ବିଭିନ୍ନ ସ୍ଥାନରୁ ଅଭିନେତ୍ରୀମାନଙ୍କୁ ଆଣୁଥିଲେ। ସେମାନଙ୍କ ସହ ଚୁକ୍ତି କରି ସାପ୍ତାହିକ ଏକ ଲକ୍ଷ ଟଙ୍କା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ। ଅଭିନେତ୍ରୀମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ପ୍ରତି ଗ୍ରାହକଙ୍କଠାରୁ ୨୦ ହଜାର ଟଙ୍କା ନେଉଥିଲେ ଅଭିଯୁକ୍ତ ଦଲାଲ।

ଏହା ପୂର୍ବରୁ ୨୦୧୭ରେ ମଧ୍ୟ ସେହି ହାଇଦ୍ରାବାଦରେ ଏକ ତାରକା ହୋଟେଲରେ ଚଢ଼ାଉ କରାଯାଇ ଦୁଇ ଅଭିନେତ୍ରୀଙ୍କୁ ଗିରଫ କରାଯାଇଥିଲା।

ଏହା ସହ ଚଳିତ ବର୍ଷ ଜୁନରେ ଆମେରିକାର ସିକାଗୋରେ ଭାରତୀୟ ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଉପରେ ଅଭିଯୋଗ ଥିଲା ଯେ ସେମାନେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅଭିନେତ୍ରୀ ମାନଙ୍କୁ ଆମେରିକାରେ ଭାରତୀୟ ଫିଲ୍ମ ସମାରୋହରେ ଯୋଗ ଦେବାର ବାହାନା କରି ସେମାନଙ୍କୁ ଆମେରିକା ଡକାଉଥିଲେ। ତା’ ପରେ ସେମାନଙ୍କୁ ନେଇ ସେକ୍ସ ରାକେଟ ଚଳାଉଥିଲେ। ଏହି ଘଟଣା ବିଷୟରେ ଜଣା ପଡ଼ିବା ପରେ ପାଞ୍ଚଜଣ ଅଭିନେତ୍ରୀ ଏହି ରାକେଟରେ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ଆମେରିକା ପୁଲିସ ଏହାର ଯାଞ୍ଚ କରି କୋର୍ଟରେ ରିପୋର୍ଟ ଦାଖଲ କରିଛି

You might also like