ବଲିଉଡରେ ପୁଣି ଶୋକର ଛାୟା : ଅଭିନେତା ନରେନ୍ଦ୍ର ଝା’ଙ୍କ ପରଲୋକ

୨୦୧୮ମସିହା ଯେମିତି ବଲିଉଡ ପାଇଁ ଅଶୁଭ ସଙ୍କେତ ନେଇ ଆସିଛି। ପ୍ରଥମେ ଅଭିନେତ୍ରୀ ଶ୍ରୀଦେବୀ, ତାପରେ ଶମ୍ମୀ ଆଣ୍ଟିଙ୍କ ଭଳି କଳାକାର ଜଣେ ପରେ ଜଣେ ଏ ଇହ ଜଗତରୁ ବିଦାୟ ନେଇଛନ୍ତି। ଏବଂ ଆଜି ସକାଳ ୫ଟାରେ ବଲିଉଡ ଅଭିନେତା ନରେନ୍ଦ୍ର ଝା’ଙ୍କ ମାତ୍ର ୫୫ବର୍ଷ ବୟସରେ ହାର୍ଟ ଆଟାକ୍‌ରେ ପରଲୋକ ଘଟିଛି। ଫଳରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ନରେନ୍ଦ୍ର ଝା ଟିଭି ଓ ଫିଲ୍ମ ଜଗତର ଜଣେ ଜଣାଶୁଣା କଳାକାର। ହିନ୍ଦୀ ଫିଲ୍ମ ‘ହାଇଦର’ ଓ ‘ରଇସ୍‌’ରେ ପ୍ରମୁଖ ଭୂମିକାରେ ସେ ନଜର ଆସିଥିଲେ।  IANSକୁ ନରେନ୍ଦ୍ର ଝା’ଙ୍କ ଡ୍ରାଇଭର ଦେଇଥିବା ସୂଚନା ଅନୁସାରେ, ସେ ମହାରାଷ୍ଟ୍ର, ନାନେଗାଓଁ ସ୍ଥିତ ତାଙ୍କର ଫାର୍ମ ହାଉସ୍‌କୁ ଯାଇଥିଲେ। ସେ ସଂପୂର୍ଣ୍ଣ ଭଲ ଥିଲେ। ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ହେଲେ ଭୋର୍ ୪ଟାରେ ହଠାତ୍‌ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ନରେନ୍ଦ୍ର ଝା ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ  ‘କାବିଲ୍’ ଓ ‘ମହେଞ୍ଜୋଦାରୋ’ ଆଦିରେ ମଧ୍ୟ ସେ ନିଜର ଅଭିନୟର କରିସ୍ମା ଦେଖାଇଛନ୍ତି। ଶ୍ୟାମ ବେନେଗଲଙ୍କ ଭଳି ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକଙ୍କ ସହ ଫିଲ୍ମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦ ଫରଗଟନ୍‌ ହିରୋ’ ରେ କାମ କରିଛନ୍ତି ନରେନ୍ଦ୍ର ଝା ।

You might also like