ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ଗଣଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇଟି ଶିକ୍ଷା ଜିଲ୍ଲାର ୫ ଜଣଙ୍କୁ ପରୀକ୍ଷା ଡ୍ୟୁଟିରୁ ଅନ୍ତର କରାଯାଇଛି।

ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୩ ଜଣଙ୍କୁ ପରୀକ୍ଷା ଦାୟିତ୍ୱରୁ ଅନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୁଣ୍ଡୁରୀବେଡ଼ା ହାଇସ୍କୁଲ ସେଣ୍ଟର ଅଧିକ୍ଷକ ଓ ଅନ୍ୟ ୨ଜଣ ଶିକ୍ଷକ। ପରିଚାଳନାଗତ ତ୍ରୁଟି ଯୋଗୁଁ ସେମାନଙ୍କୁ ଅନ୍ତର କରାଯାଇଥିବା ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଗଞ୍ଜାମ ଶିକ୍ଷା ଜିଲ୍ଲା ସୁବଳୟାସ୍ଥିତ ଗୋପାଳକୃଷ୍ଣ ହାଇସ୍କୁଲ ସେଣ୍ଟରର ୨ ଜଣଙ୍କୁ ମଧ୍ୟ ପରୀକ୍ଷା ଡ୍ୟୁଟିରୁ ଅନ୍ତର କରାଯାଇଛି। ସେ ଦୁହେଁ ହେଲେ ପରୀକ୍ଷା ସେଣ୍ଟରର ଡେପୁଟି ସୁପରିଣ୍ଟଣ୍ଡେଣ୍ଟ ଓ ପିଇଟି।

You might also like