ଅସୁରକ୍ଷିତ ନାରୀ: ଯୁବତୀଙ୍କୁ ରାସ୍ତାରେ ଅଟକାଇ ଏସିଡ଼୍‌ ମାଡ଼

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କୁ ଏସିଡ୍ ମାଡ଼। ବାଲେଶ୍ୱରର ସହଦେବଖୁଣ୍ଟା ଥାନା ପୋଲିସ୍ ଲାଇନ୍ ଛକ ଉପରେ ଯୁବତୀଙ୍କୁ ଏସିଡ଼୍‌ ମାଡ଼ ହୋଇଛି। ଏହି ଘଟଣାରେ ସଂପୃକ୍ତ ୨ଜଣ ଦୁର୍ବୃତ୍ତ ଯୁବତୀଙ୍କ ଉପରେ ଏସିଡ ମାଡ଼ କରି ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଏସିଡ଼୍‌ ମାଡ଼ କରିଥିଲେ।

ଏହି ଘଟଣା ପରେ ଯୁବତୀଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ଼ ମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

You might also like