ଆଖଣ୍ଡଳମଣିରେ ଏସିଡ଼୍ ମାଡ଼
ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ିରେ ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି। ଏହି ଘଟଣାରେ ୬ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଅାରଡ଼ି ଆଖଣ୍ଡଳମଣି ପୀଠରେ ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଏହି ଏସିଡ୍ ମାଡ଼ ହୋଇଛି।
ସୂଚନା ଅନୁସାରେ, ଭକ୍ତଙ୍କୁ ନେଇ ପ୍ରଥମେ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ, ଏହି ଘଟଣାରେ ଧୁଷୁରୀ ଥାନାରେ ପୋଲିସ ୨ ସେବାୟତଙ୍କୁ ଅଟକ ରଖିଛି।