ପଳାସୁଣୀ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀସ୍ଥିତ ମଦ ଦୋକାନ ଆଗରେ ଯୁବକଙ୍କୁ ଭୁଜାଲିରେ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ହାଡ଼ିବନ୍ଧୁ ବେହେରାକୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି।
ଆହୁରି ପଢ଼ନ୍ତୁ
ଗତକାଲି ସ୍ପଷ୍ଟ ଦିବା ଲୋକରେ ସର୍ବ ସମ୍ମୁଖରେ ଧୋବି ନାମକ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ହିଁ ଧୋବିଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ତଦନ୍ତ ଜାରି ରଖିଥିଲା।