ସ୍ତ୍ରୀଙ୍କୁ ଅପହରଣ କରୁଥିଲେ ସ୍ୱାମୀ

କଳାହାଣ୍ଡି: ସ୍ୱାମୀ ନିଜ ସ୍ତ୍ରୀକୁ ଅପହରଣ କରୁଥିବା ବେଳେ ଚିତ୍କାର ଶୁଣି ରାସ୍ତାରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ପତ୍ନୀ। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ। ଅଭିଯୋଗ ଅନୁସାରେ ଗତ ୩ବର୍ଷ ହେଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଥିଲା। ଉଭୟ ଅଲଗା ରହୁଥିବା ବେଳେ, ଗତକାଲି ସ୍ୱାମୀ ସ୍ତ୍ରୀକୁ ଘରୁ ଜୋରଜବରଦସ୍ତ ନେଇଯାଇଥିଲେ।

ସ୍ୱାମୀ ଏକ ଗାଡ଼ିରେ ପତ୍ନୀଙ୍କୁ ନେଇଯାଉଥିବା ବେଳେ ଧର୍ମଗଡ ଚାରିଛକ ନିକଟରେ କିଛି ଲୋକ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। ତୁରନ୍ତ ସେମାନେ ବୋଡେନ ଗ୍ରାମବାସୀଙ୍କୁ ଫୋନ ଯୋଗେ ଏ ବିଷୟରେ ଜଣାଇଥିଲେ। ଖବର ପାଇ ଗ୍ରାମବାସୀ ଗାଡିକୁ ଅଟକ ରଖିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟ ଗାଡି ଡ୍ରାଇଭର ଏବଂ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସରେ ଜିମା ଦେଇଥିଲେ। ଏନେଇ ପୋଲିସର କୌଣସିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like