ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର
ଢେଙ୍କାନାଳ : ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରିଆ ଗାଁ ପୋଖରୀ ହୁଡ଼ା ତଳୁ ଆଜି ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଚିକିତ୍ସା ପାଇଁ ଶିଶୁଟିକୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି।
ପୋଖରୀ ନିକଟକୁ ଶୌଚ ପାଇଁ ଯାଇଥିବା ଦୁର୍ଯ୍ୟୋଧନ ସାମଲ ନାମକ ଜଣେ ବ୍ୟକ୍ତି ପ୍ରଥମେ ଶିଶୁଟିକୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ମଧ୍ୟ ଜଣାଇ ଦିଆଯାଇଛି। ତେବେ ପିଲାଟି କାହାର ସେ ସମ୍ପର୍କରେ କୌଣସି ଖବର ମିଳିନାହିଁ।