ନାବାଳିକାକୁ ଅସଦାଚରଣ ଅଭିଯୋଗ: ଯୁବକକୁ ନିସ୍ତୁକ ପିଟିଲେ ଗାଁ ଲୋକେ

ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳରେ।

ଅଭିଯୋଗ ଅନୁସାରେ ଗତ ସୋମବାର ବେହେରା ସାହିର ଜଣେ ନାବାଳିକା ଗାଧୋଇବା ବେଳେ ଯୁବକ ଜଣକ ତାଙ୍କୁ ଟଣାଓଟରା କରିଥିଲେ। ହେଲେ ସଙ୍ଗରେ ଥିବା ଯୁବତୀମାନେ ପାଟି କରିବାରୁ ସେଠାରୁ ଯୁବକ ଜଣକ ପଳାଇ ଯାଇଥିଲେ।

ଗତକାଲି ସନ୍ଧ୍ୟାରେ ଯୁବକ ପୁଣି ଥରେ ଗାଁ ଦାଣ୍ଡରେ ପହଞ୍ଚି ନାବାଳିକାକୁ ଉଠାଇ ନେବାକୁ ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଗୋଡ଼ାଇଥିଲା। ଗ୍ରାମବାସୀମାନେ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରି ବାନ୍ଧି ଦେଇଥିଲେ। ପରେ ଗ୍ରାମବାସୀ ଯୁବକକୁ ଛେଣ୍ଡିପଦା ପୋଲିସର ଜିମା ଦେଇଥିଲେ। ଏନେଇ ଗୁରବାର ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କଲା ପରେ ପୋଲିସ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like