ଷ୍ଟେସନ ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଜଣେ ଯୁବକ ଚଢ଼ିଯିବାରୁ ବିଦ୍ୟୁତ କାଟ

ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ଜଣେ ଯୁବକ ଷ୍ଟେସନର ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଚଢ଼ିଯିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯୁବକଙ୍କୁ ପୁଲିସ ତଳକୁ ଅାଣିବା ପରେ ପୁଣି ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

୩ ନମ୍ବର ପ୍ଲାଟ୍‌ଫର୍ମରେ ଥିବା ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢି ଯାଇଥିଲେ ଜଣେ ଯୁବକ। ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଏହି ଟାଓ୍ୱାରରେ ଥିବାରୁ କାଳେ କିଛି ଅଘଟଣ ଘଟିବ ତେଣୁ ବିଦ୍ୟୁତ୍‌ ସରବରାହ ବନ୍ଦ କରିଦିଅାଯାଇଥିଲା। ବିଦ୍ୟୁତ୍‌ କାଟ ଯୋଗୁ ଉଭୟ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା।

You might also like