ମଦ୍ୟପ ବରକୁ ବାହାହେବା ଘଟଣାରେ ଟ୍ୱିଷ୍ଟ : ପୂର୍ବରୁ ଯୁବକ ବାହା ହୋଇଥିବା ନେଇ ଆଉ ଜଣେ ଯୁବତୀଙ୍କ ଅଭିଯୋଗ
ରାଉରକେଲା : ରାଉରକେଲାରେ ମଦ୍ୟପ ବରକୁ ଛି କରି ପୁଣି ବାହାହେବା ଘଟଣାରେ ପୁଣି ଏକ ଟ୍ୱିଷ୍ଟ। ପୂର୍ବରୁ ବି ବର ଜଣକ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି ରାଉରକେଲା ସେକ୍ଟର-୭ର ଜଣେ ଯୁବତୀ। ଆଜି ଏନେଇ ସେ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଶଙ୍କର ପଣ୍ଡା, ଗତ ନଭେମ୍ବର ମାସରେ କୋର୍ଟରେ ବିବାହ କରିଥିଲେ। ତେବେ ବିବାହ ପରେ ବାହାରକୁ କାମ କରିବାକୁ ଯିବାର ଅଛି କହି ତାଙ୍କୁ ବାପ ଘରେ ଆଣି ଛାଡ଼ି ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଯୁବତୀଙ୍କ ଅଭିଯୋଗ ପରେ ଟାଙ୍ଗରପାଲି ପୋଲିସ ସାନି ମାମଲା ରୁଜ୍ଜୁ କରି ବର ଶଙ୍କରକୁ ଗିରଫ କରିଛି। ଏଥିସହ ତାଙ୍କ ଗାଁ ବନ୍ଧମୁଣ୍ଡା ଥାନା ଚମ୍ପାଗଡ଼କୁ ଯାଇ ଗତକାଲି ବିବାହ କରିଥିବା ଯୁବତୀଙ୍କୁ ଉଦ୍ଧାର କରିଛି। ରବିବାର ଶଙ୍କର ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଇଥିଲେ। ତେବେ ସେ ମଦ ପିଇଥିବାରୁ ବାହାବେଦୀରୁ ଉଠି ଆସିଥିଲେ ଯୁବତୀ। ପରେ ଗତକାଲି ଥାନାରେ ଆପୋଷ ମିଳାମିଶାରେ ଏହି ଯୁବତୀଙ୍କ ସହ ଶଙ୍କରଙ୍କ ବାହାଘର ହୋଇଥିଲା।