ନଦୀରେ ବୁଡ଼ିଗଲେ ସ୍କୁଲ ଛାତ୍ର

ରାଉରକେଲା: କୋଏଲ ନଦୀର ବୈକୁଣ୍ଠ ଘାଟରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଗୁରୁ ନାନକ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଦେବୀଦତ୍ତ ସାହୁ ବୋଲି ଜଣା ପଡ଼ିଛି।

ଶୁକ୍ରବାର ଅନ୍ୟ ଦୁଇ ସାଙ୍ଗଙ୍କ ସହ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ ଦେବୀଦତ୍ତ। ହେଲେ ଗୋଡ଼ ଖସି ଯିବାରୁ ଗଭୀର ଜଳରେ ସେ ବୁଡ଼ି ଯାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଏନେଇ୧୯ ନମ୍ବର ସେକ୍ଟର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

You might also like