ଆସୁଛି ମହାବଳ ବାଘ
ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ମଧ୍ୟପ୍ରଦେଶର ମହାବଳ। ଗୋଟିଏ ମହାବଳ ବାଘକୁ ନେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯାତ୍ରା ଆରମ୍ଭ ହୋଇଛି।
ଆଜି ସଂଧ୍ୟା ସୁଦ୍ଧା ଅନୁଗୁଳ ସାତକୋଶିଆରେ ଏହି ଗାଡ଼ି ପହଞ୍ଚିବ। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି।
ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ ଅଣାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ବାଘ ଅଣାଯିବାର ଯୋଜନା ରହିଛି। ଏଥିପାଇଁ ସାତକୋଶିଆର କୋର୍ ଅଞ୍ଚଳରୁ ଜନବସତିକୁ ସ୍ଥାନାନ୍ତର କରାଯାଇଛି। ବାଘଙ୍କ ପାଇଁ ସ୍ୱତନ୍ତ୍ର ଜାଲିଯୁକ୍ତ ଏନ୍କ୍ଲୋଜର ନିର୍ମାଣ ବି ଶେଷ ହୋଇଛି।