ପାର୍ସଲ ବୋମା ଘଟଣାର ଦୋଷୀ ପୁଞ୍ଜିଲାଲ୍‌ଙ୍କୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: ଅଧ୍ୟାପକରୁ ଅଭିଯୁକ୍ତ ପାଲଟିଥିବା ପ୍ରାଣଘାତୀ ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ୍‌ଙ୍କୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ପ୍ରଯୋଜନା ସଂସ୍ଥା- ରେଞ୍ଜ ରୟାଲ୍ ସିନେ ଲ୍ୟାବ୍। ଫିଲ୍ମର ନାଁ ରଖାଯାଇଛି ବୁଲେଟ୍ ରାଜା।

ବାସ୍ତବିକ ଜୀବନରେ ପ୍ରତିଶୋଧର ଷଡ଼ଯନ୍ତ୍ର ଯେ ଏତେ ଭୟାନକ ହୋଇପାରେ ତାହା କଳ୍ପନା ବାହାରେ।  ତେଣୁ କାଳ୍ପନିକ ଭଳି ଲାଗୁଥିବା ଏହି ସତ କାହାଣୀକୁ ନେଇ ଫିଲ୍ମ ତିଆରି କରିବାକୁ ଆଗେଇ ଆସିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା। ଏଥିରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ମନୋଜ ମିଶ୍ର ଆସୁଥିବା ବେଳେ ପୁଞ୍ଜିଲାଲ୍ ଭୂମିକାରେ ହର ରଥ ଅଭିନୟ କରିବେ।

 

 

You might also like