ସୁସ୍ଥ ଅଛନ୍ତି ଜଗା-କାଳିଆ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ଜଗା-କାଳିଆ। ଦିଲ୍ଲୀ ଏମ୍‌ସରୁ ଆସିଛି ଏକ ନୂଆ ଭିଡିଓ। ଯେଉଁଥିରେ ଉଭୟ ଶିଶୁଙ୍କୁ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି।

ତାସହ ସେମାନଙ୍କ ମୁଣ୍ଡରେ ଅପରେସନ ପରେ ଲାଗିଥିବା ସ୍ୱତନ୍ତ୍ର ହେଲମେଟ୍ ମଧ୍ୟ ଆଉ ନାହିଁ। ଦୁଇ ଶିଶୁ ଠିକ୍ ଭାବେ ସବୁ ଜାଣି ପାରୁଛନ୍ତି।

ଆସନ୍ତା ୨ରୁ ୩ ମାସ ଭିତରେ ଜଗା-କାଳିଆଙ୍କୁ ଓଡ଼ିଶା ପଠାଇବାକୁ ଯୋଜନା ରହିଛି। କନ୍ଧମାଳ ମିଲୁପଡ଼ାର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କର ଗତବର୍ଷ ୨ଟି ପର୍ଯ୍ୟାୟରେ ଅପରେସନ କରାଯାଇ ଉଭୟଙ୍କୁ ପରସ୍ପରଠାରୁ ଅଲଗା କରାଯାଇଥିଲା। ଉଭୟଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା।

You might also like