ଫୋନ୍‌ରେ ମୃତକଙ୍କ କାନରେ ମନ୍ତ୍ର ଫୁଙ୍କିଲେ ଗୁଣିଆ

ଜଳେଶ୍ୱର: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଦା ହଟୁ ନାହିଁ। ମେଡିକାଲ ପରିସରରେ ଚାଲିଛି ଝଡ଼ାଫୁଙ୍କା। ତାହା ବି ପୁଣି ଫୋନ୍‌ରେ। ମୃତକଙ୍କ କାନରେ ମନ୍ତ୍ର ଫୁଙ୍କୁଛନ୍ତି ଗୁଣିଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଜି.କେ ଭଟ୍ଟର ହସ୍ପିଟାଲରେ।

ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗାଁର ସିଦ୍ଧେଶ୍ୱର ଜେନା ବିଲରେ କାମ କରୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ହସ୍ପିଟାଲକୁ ଆଣିଥିଲେ ହେଲେ କିଛ ସମୟର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମାତ୍ର ପରିବାର ଲୋକ ସିଦ୍ଧେଶ୍ୱରଙ୍କୁ ବଞ୍ଚାଇବା ପାଇଁ ଗୁଣିଗାରେଡ଼ିର ସହାୟତା ନେଇଥିଲେ। ପରିବାର ଲୋକ ଜଣେ ଗୁଣିଆଙ୍କୁ ଫୋନ ଲଗାଇଥିଲେ। ସେହି ଗୁଣିଆ ଫୋନରେ ମୃତକଙ୍କ ସମ୍ପର୍କୀୟଙ୍କୁ ନିମ୍ବ ଡାଳରେ ଝାଡିବା ପାଇଁ କହିଥିଲେ। ଏଥିସହ ମୃତକଙ୍କ କାନରେ ଫୋନ ଲଗାଇ ମନ୍ତ୍ର ପଢ଼ୁଥିବା ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା।

ହସ୍ପିଟାଲ ପରିସରରେ ଝଡାଫୁଙ୍କା କଥା କିଛି ଜାଣିନଥିବା ମେଡିକାଲ୍ କର୍ତ୍ତୃପକ୍ଷ  କହିଛନ୍ତି।

You might also like