ସ୍କୁଲ ପରିସରରେ ୯ ବର୍ଷିୟା ଝିଅକୁ ଦୁଷ୍କର୍ମ ଅଭିଯୋଗ

ପୁରୀ: ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଏକ ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଝିଅଟି ବଜାରକୁ ଯାଇଥିବାବେଳେ ଏକାକୀ ପାଇ ତାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଛି।

ପରିବାର ଲୋକଙ୍କ କହିବା ଅନୁସାରେ ଝିଅ ବଜାରକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ତାକୁ ଖୋଜାଖୋଜି କରାଯିବା ବେଳେ ସ୍କୁଲ ପରିସରରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାକୁ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

You might also like