୮ ଥାଇ ଯୁବତୀଙ୍କୁ ବିଦା କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : ଟୁରିଷ୍ଟ ଭିସାରେ ଆସି ଭୁବନେଶ୍ୱରରେ ସେକ୍ସ କାରବାରରେ ଲିପ୍ତ ଥିବା ଥାଇଲ୍ୟାଣ୍ଡର ୮ ଯୁବତୀଙ୍କୁ ଆଜି ବିଦା କରିଛି କମିଶନରେଟ ପୋଲିସ। ‘କୁଇଟ୍ ଇଣ୍ଡିଆ’ ନୋଟିସ ଜାରି ହେବାର ୪୮ ଘଣ୍ଟା ଭିତରେ ଆଜି ସମସ୍ତେ ସ୍ୱଦେଶ ଫେରିଯାଇଛନ୍ତି।

ସଂପୃକ୍ତ ଯୁବତୀମାନେ ଟୁରିଷ୍ଟ ଓ ବ୍ୟବସାୟ ଭିସାରେ ଆସିଥିଲେ ଓଡ଼ିଶା। ଆଉ ସମସ୍ତ ଆଇନକୁ ଉଲଂଘନ କରି ଜାରି ରଖିଥିଲେ ଦେହ ବ୍ୟବସାୟ। କିଛି ଦିନ ତଳେ ଭୁବନେଶ୍ୱର ବାପୁଜୀନଗର ଅଞ୍ଚଳର ଏକ ସ୍ପା ସେଣ୍ଟରରେ ପୋଲିସ ଚଢ଼ଉ କରି ଥାଇଲ୍ୟାଣ୍ଡର ଏହି ୮ ଜଣ ଯୁବତୀଙ୍କ ସହ ଗ୍ରାହକଙ୍କୁ ଧରିଥିଲା ପୋଲିସ।

 

You might also like