ଚଳିତ ବର୍ଷ ଓଡ଼ିଶାରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ମୃତ୍ୟୁ ଘଟିଛି

ଭୁବନେଶ୍ୱର : ଚଳିତ ୨୦୧୭-୧୮ବର୍ଷରେ ଫେବୃୟାରୀ ମାସ ସୁଦ୍ଧା ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ଜଣ। ଏଥିସହ ରାଜ୍ୟରେ ୧ହଜାର ୧୧୯ଟି ଘର ଭାଙ୍ଗିଛି, ୨୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୫ହଜାର ୪୦୨ ଏକର ଫସଲ ନଷ୍ଟ ହୋଇଛି।

ବିଧାନସଭା ବଜେଟ୍ ଅଧିବେଶନ ପ୍ରଶ୍ନକାଳରେ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ଉତ୍ତର ରଖିଛନ୍ତି। ଏହି ଉତ୍ତର ଅନୁସାରେ, ହାତୀ ଆକ୍ରମଣରେ ଗତ ୨୦୧୫-୧୬ରେ ୮୯ ଓ ୨୦୧୬-୧୭ରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଗତ ୪ ବର୍ଷ ମଧ୍ୟରେ ୧୧ଟି ହାତୀ ଶିକାର ହୋଇଥିବା ରିପୋର୍ଟରେ ରହିଛି। ଯାହା ମଧ୍ୟରେ ଚଳିତ ବର୍ଷ ଶିକାର ହୋଇଛନ୍ତି ୨ଟି ହାତୀ। ସେହିପରି ୨୦୧୪-୧୫ ଠାରୁ ଗତ ଫେବୃୟାରୀ ମାସ ମଧ୍ୟରେ ଗୋଟିଏ ବାଘ, ୧୦ଟି ଚିତା ବାଘ, ୧୧୯ଟି ହରିଣ ଶିକାର ହୋଇଛି।

You might also like