ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ୮୨ ମୃତ, ଅନେକ ଆହତ
ଜାକର୍ତ୍ତା: ସପ୍ତାହ ପରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଲୋମ୍ବକ୍ ଦ୍ୱୀପରେ ରବିବାର ସନ୍ଧ୍ୟାରେ ଏହି ବଡ଼ ଧଣଣର ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରେକର୍ଡ଼ କରାଯାଇଛି। ଭୂକମ୍ପରେ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ଭୂକମ୍ପର ପ୍ରଭାବ ବାଲି ଦ୍ୱୀପରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂକମ୍ପକୁ ନେଇ ପ୍ରଥମେ ସୁନାମି ଆଲର୍ଟ ଜାରି କରାଯାଇଥିଲ॥ ଫଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ତେବେ ପରେ ଏହାକୁ ବାତିଲ୍ କରାଯାଇଥିଲା।
ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଇଣ୍ଡୋନେସିଆର ବିଭିନ୍ନ ଏୟାରପୋର୍ଟରେ ବିମାନକୁ ଆଲର୍ଟରେ ରଖାଯାଇଛି।
ସୂଚନାଥାଉ କି, ଗତ ଜୁଲାଇ ୨୯ରେ ଲୋମ୍ବକ୍ ଦ୍ୱୀପରେ ଏକ ଶକ୍ତିକାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୪ ଥିଲା। ଭୂକମ୍ପରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲୋମ୍ବକ୍ର ମୁଖ୍ୟ ସହର ମାତାରାମ୍ର ୫୦ କି.ମି. ଦୂରରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ସୂଚନାଥାଉ କି, ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୩ ଥିଲା। ବଡ଼ଧରଣର ଏହି ଭୂମିକମ୍ପରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।