ବଜ୍ରପାତରେ ୧୧ ମୃତ୍ୟୁ
ବଢ଼ି ଚାଲିଛି ବଜ୍ରପାତ ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର : ବଢ଼ି ଚାଲିଛି ବଜ୍ରପାତରେ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ,ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଅାହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୪ ଏବଂ ବାଲେଶ୍ୱର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡ଼ଇା ପଞ୍ଚାୟତରେ ବିଲରେ କାମ କରୁଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି।
ସେହିଭଳି ସୋର ଶିଙ୍ଗାଖୁଣ୍ଟାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଶ୍ରୀଜଙ୍ଗରେ ଜଣେ ଯୁବତୀ ଅାହତ ହୋଇଛନ୍ତି। ଅନ୍ୟପଟେ ବୈଶିଙ୍ଗା ବ୍ଲକ ବଡ଼ଶାଳଗାଁରେ ଜଣେ, ଓ ମହେଶ୍ୱରପୁରରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି।
ସେହିଭଳି ବେତନଟୀ ଛୁରୁଣୀ ପଦ୍ମଲୋଚନ ହାଇସ୍କୁଲର ଜଣେ ଛାତ୍ରୀ ମଧ୍ୟ ବଜ୍ରପାତରେ ଅାହତ ହୋଇଛନ୍ତି। ସେପଟେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ ଖୋର୍ଦ୍ଧ ଜିଲ୍ଲା ବୋଲଗଡ଼ରେ ମଧ୍ୟ ଦୁଇ ଜଣ ଲୋକଙ୍କ ଜୀବନ ଯାଇଛି।