ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର:  ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି।

ଫଳରେ ବଙ୍ଗୋପସାଗରର ଜଳୀୟ ବାଷ୍ପ ଓଡ଼ିଶାରେ ପ୍ରବେଶ କରିପାରୁନାହିଁ। ଏହି କାରଣରୁ ପ୍ରବଳ ଗରମ ହେଉଛି।

ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସନ୍ଧ୍ୟା ସାଢ଼େ ୬ଟା ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବା ମଧ୍ୟ କୁହାଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ା, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

You might also like