୮ ସିଆର୍ପିଏଫ୍ ଯବାନ ସହିଦ
ଛତିଶଗଡ଼ : ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଆକ୍ରମଣରେ ୮ ଜଣ CRPF ଯବାନ ସହିଦ। ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଏକ IED ବିସ୍ଫୋରଣରେ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ମିଳିଛି।
ଏଥିରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି। ସହିଦ ଯବାନ ସିଆରପିଏଫ୍ ୨୧୨ ବାଟାଲିୟନର। ଯବାନମାନେ ପାଟ୍ରୋଲିଂ କରୁଥିବା ବାଳେ ଏହି ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ।