ପୋଲିସ ବାବୁଙ୍କ ବିରୋଧରେ ଅଭିଯୋଗ: ଥାନାରେ ୭୪ ବର୍ଷିୟା ବୃଦ୍ଧାଙ୍କୁ ନିଧୁର୍ମ ପିଟିଲେ

ପୁରୀ: ୭୪ ବର୍ଷର ବୃଦ୍ଧା। ଜୀବନର ଅପରାହ୍ଣରେ ପହଞ୍ଚି ସାରିଲେଣି। ଦେହରେ ବଳ ନାହିଁ।   ହେଲେ ବୟସର ତାରତମ୍ୟ ନ ବୁଝି ଥାନାରେ ନିଧୁର୍ମ ପିଟିଲେ ଥାନାବାବୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ।

ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ବାସନ୍ତୀ ପଳତାଙ୍କ ବୋହୂ, ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ।  ବୋହୂର ଏତଲା କ୍ରମେ ପୋଲିସର ଡକରା ପାଇ ଶାଶୁ ବାସନ୍ତୀ ଓ ଦେଢ଼ଶୁର ଥାନାରେ ପହଞ୍ଚିଥିଲେ। ଥାନାରେ କିଛି ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଥାନାବାବୁ ଉଭୟଙ୍କୁ ରାତି ପର୍ଯ୍ୟନ୍ତ ଅଟକ ରଖିବା ସହ ଘରେ କାହିଁକି ଗଣ୍ଡଗୋଳ କରୁଛ କହି ବାସନ୍ତୀଙ୍କୁ ଲାଠିରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ବାସନ୍ତୀ ଏସପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like