୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ବାଲେଶ୍ୱର : ପୁଣି ଲଜ୍ଜା। ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗାଁରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଜନଗହଳିର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି।
ଅଭିଯୁକ୍ତ ଜଣକ ସୋର ଥାନା ପୁରୁଷୋତ୍ତମପୁର ଗାଁର ମନୀନ୍ଦ୍ର ମଲ୍ଲିକ।ଲୋକ ଗହଳିର ସୁଯୋଗ ନେଇ ଅଭିଯୁକ୍ତ ମନୀନ୍ଦ୍ର ନାବାଳିକାକୁ ଏକ ଏଲ.ଆଇ. ପଏଣ୍ଟ ନିକଟକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଘଟଣା ନେଇ ସୋର ଥାନାରେ ମାମଲା ରୁଜୁ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ। ଅଭିଯୋଗ ପରେ ଅଭିଯୁକ୍ତ ମନୀନ୍ଦ୍ରକୁ ଗିରଫ କରିଛି ପୋଲିସ। ଉଭୟ ନାବାଳିକା ଓ ଅଭିଯୁକ୍ତ ଯୁବକଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।