ସୁକମା IED ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ ନକ୍ସଲ ଗିରଫ
ଭୁବନଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ ସୁରକ୍ଷାକର୍ମୀ ଏହି ୭ ନକ୍ସଲଙ୍କୁ ଗିରଫ କରିଛନ୍ତି।
ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ।
ଏହି ବଡ଼ଧରଣର ନକ୍ସଲ ଆକ୍ରମଣରେ ଏମାନଙ୍କର ହାତ ଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ପୁରୀ ବ୍ରହ୍ମଗିରି ରେବଣା ନୂଆଗାଁର ମନୋରଞ୍ଜନ ଲେଙ୍କା ସହିଦ୍ ହୋଇଥିଲେ।