ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ‘ନିଉଟନ’ ଶ୍ରେଷ୍ଠ ହିନ୍ଦୀ ସିନେମା
ମୁମ୍ୱାଇ : ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଫିଲ୍ମକୁ ବ୍ୟାକ୍ କରିବା ପରେ ଏହା ହେଉଛି ଶ୍ରୀଦେବୀଙ୍କ ତୃତୀୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର।ନିକଟରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା।
ସେହିପରି ବଙ୍ଗାଳି ଫିଲ୍ମ ‘ନଗର କୀର୍ତ୍ତନ’ ପାଇଁ ରିଦ୍ଧି ସେନ୍ ହୋଇଛନ୍ତି ଶ୍ରେଷ୍ଠ ଅଭିନେତା। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ବିବେଚିତ ହୋଇଛି ‘ନିଉଟନ’। ନକ୍ସଲ ପ୍ରବଣ ଅଞ୍ଚଳରେ ସ୍ୱଚ୍ଛତାର ସହ ନିର୍ବାଚନ କରିବାକୁ ଜଣେ ସଚ୍ଚୋଟ ଅଫିସରଙ୍କ କାହାଣୀ ଉପରେ ଫିଲ୍ମଟି ଆଧାରିତ।
ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ ବିବେଚିତ ହୋଇଛି ‘ବାହୁବଳୀ-୨’। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପାଇବେ ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନା। ‘ହ୍ୟାଲୋ ଆର୍ସି’ ହୋଇଛି ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। ଏହାର ନିର୍ମାତା ଅଜୟ ରାଉତରାୟ ଓ ନିର୍ଦ୍ଦେଶକ ସମ୍ବିତ ମହାନ୍ତି। ଏହି ଫିଲ୍ମକୁ ମିଳିବ ସ୍ପେଶାଲ ମେନ୍ସନ୍ ପୁରସ୍କାର।