ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ବୃଦ୍ଧ ଗିରଫ
ରାୟଗଡା : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ଗତ ରାତିରେ ନାବାଳିକା ଜଣକ ଘରେ ଶୋଇଥିବା ବେଳେ ବେଣିଆ ଜଳ ନାମକ ଜଣେ ବୃଦ୍ଧ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।
ତେବେ ନାବାଳିକା ଜଣକ ଉଠି ପଡି ପାଟି କରିବାରୁ ସେ ଫେରାର୍ ହୋଇଯାଇଥିଲେ। ସକାଳୁ ପୀଡିତାଙ୍କ ପରିବାର ପକ୍ଷରୁ କଲ୍ୟାଣସିଂପୁର ଥାନାରେ ଏତଲା ଦିଆଯିବା ପରେ ପୋଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।