ମାଛ ଧରିବାକୁ ଯାଇ ୬ ନିଖୋଜ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ୬ ଜଣ ନିଖୋଜ ହୋଇଯାଇଛନ୍ତି। ଭୋଗରାଇ କୀର୍ତ୍ତନିଆ ଜେଟିରୁ ୨ଟି ଡଙ୍ଗାରେ ମୋଟ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।

ତେବେ ଡଙ୍ଗା ବୁଡ଼ି ଯିବାରୁ ୧୧ ଜଣ ପହଁରି ପହଁରି ଜେଟିକୁ ଫେରିଥିଲେ। ହେଲେ ଆଉ ୬ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ।

You might also like