ବ୍ରହ୍ମପୁର ବୋମାମାଡ଼ ଘଟଣାରେ ୬ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣାରେ ୬ ଅଟକ। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏମାନଙ୍କୁ ଅଟକ ରଖିଛି।

ସୂଚନା ଥାଉ କି, ଲାଞ୍ଜିପଲ୍ଲୀ ଅଞ୍ଚଳର ୫ ଜଣ ଲୋକ ଗତକାଲି ଏକ କାର୍‌ରେ ଥାନାକୁ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ କାର୍‌ ଉପରକୁ ବୋମାମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣ ଆହତ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି।

ଘଟଣା ପରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ପୋଲିସ ଏକ ଅଫୁଟା ବୋମା ଜବତ କରିଛି।  ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

You might also like