୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ଆଜି କୁଡୁମୀ ସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ଏନେଇ NH୧୮ ଓ ୪୯ରେ ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ ସେନା।

You might also like