୨୪ ଘଣ୍ଟାରେ ୬ ଏନ୍କାଉଣ୍ଟର
ଲକ୍ଷ୍ନୌ: ପୁଣିଥରେ ଏନ୍କାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ। କିଛି ଦିନର ବ୍ୟବଧାନ ପରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଅପରାଧୀ। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୬ଟି ଏନ୍କାଉଣ୍ଟର ହୋଇଛି। ଏଥିରେ ୨ ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଛି, ଓ ୫ ଜଣଙ୍କୁ ଗିରଫ କରିଛି ପୋଲିସ।
ନୋଏଡ଼ା ଏବଂ ଶାହାରନ୍ପୁରରେ ପୋଲିସ ଅପରାଧୀଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ନିକଟରୁ AK 47 ରାଇଫଲ୍ ସହ ବହୁ ପରିମାଣର ଗୋଳାବାରୁଦ ଜବତ ହୋଇଛି। ଏହି ଘଟଣା ପରେ ରାଜ୍ୟରେ ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆପରାଧୀଙ୍କ ବିଷୟରେ ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ ଯାଞ୍ଚ ପ୍ରକିୟାକୁ ଜୋରଦାର କରିଛି ଉତ୍ତର ପ୍ରଦେଶ ପୋଲିସ୍।