ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ୬ ଦିନିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ।  ଆଜିଠାରୁ ୬ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି, ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି କୋର୍ଟ ଖୋଲା ରହିବ ନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍ ମଧ୍ୟ ବନ୍ଦ ରଖାଯିବ। ଏହା ସହିତ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।

ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ  ଏଥିରୁ ବାଦ୍ ଦିଆଯାଇଛି।  ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

You might also like