ଟ୍ରକ୍‌ ମାଡ଼ିଗଲା , ୫ସ୍କୁଲ୍‌ ପିଲା ମୃତ

ଭଦ୍ରକ: ଭଦ୍ରକ ରାଣିତାଲ ରାହାଞ୍ଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ‌୫ ଜଣ ସ୍କୁଲ୍‌ ପିଲା ପ୍ରାଣ ହରାଇ ଥିବାବେଳେ  ଅନ୍ୟ ୫ ଜଣ ଗୁରତର ହୋଇଛନ୍ତି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନେ ସ୍କୁଲ୍‌ ଛୁଟି ପରେ ଘରକୁ ଫେରୁଥିବା ସମୟରେ ସେମାନଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା।

୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଡ୍ରାଇଭର ଓ ହେଲ୍‌ପର ଫେରାର୍‌ ହୋଇଯାଇଛନ୍ତି। ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଓ ପରିସ୍ଥିତି ଅଶାନ୍ତ ହୋଇଛି। ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକ୍‌ ଜାଳି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ପିଲାଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କର ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

You might also like