ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଅନୁମାନ

ରାୟଗଡ଼ା : ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗି ପାଇକସାହିରେ ଘଟିଛି ଏହି ଅଘଟଣ। ଦୁର୍ଗିସାହିରେ ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଜଣେ ମହିଳା ଶ୍ରମିକ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଟାଙ୍କି ଭିତରକୁ ଜଣକ ପରେ ଜଣେ ଏପରି ଅାଉ ୫ ଜଣ ଯାଇଥିଲେ।

ତେବେ ଟାଙ୍କି ଭିତରେ ସମସ୍ତେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବିଷମ କଟକ ଖ୍ରୀଷ୍ଟିଅାନ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ମହିଳା ଶ୍ରମିକଙ୍କ ସମେତ ୫ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

You might also like