୫ଜଣ ନୂଆ ଆଇପିଏସ୍ ଅଫିସରଙ୍କୁ ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୫ଜଣ ନୂଆ ଆଇପିଏସ୍ଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ। ବିଜ୍ଞପ୍ତି ଅନୁସାରେ ପଦ୍ମିନୀ ସାହୁଙ୍କୁ ବ୍ରହ୍ମପୁର ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶର୍ବଣା ବିବେକ.ଏମ୍ଙ୍କୁ ମାଲକାନଗିରି ଏସ୍ଡିପିଓ, କୁଶାଲକର ନୀତିନ ଡାଗଡୁଙ୍କୁ ବାଲିଗୁଡ଼ା ଏସ୍ଡିପିଓ, ପ୍ରତ୍ୟୁଷ ଦିବାକରଙ୍କୁ ଜୟପୁର ଏସ୍ଡିପିଓ ଓ ରାହୁଲ ଜୈନଙ୍କୁ ବଡ଼ବିଲ ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମସ୍ତ ଆଇପିଏସ୍ ଅଫିସର ହଉଛନ୍ତି ୨୦୧୫ ବ୍ୟାଚ୍ର।