ଗୁଜବର କରୁଣ ପରିଣତି: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟା।

ମହାରାଷ୍ଟ୍ର: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ  ପିଟିପିଟି ହତ୍ୟା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁର ଜିଲ୍ଲରେ।  ଧୁଲେ ଗାଁରେ ୫ଜଣ ଲୋକଙ୍କୁ ପିଟିପିଟି ମାରିଦେଇଛନ୍ତି ଗାଁ ଲୋକ। ଏହି ଘଟଣାରେ ପୋଲିସ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଧୁଲେ ଠାରୁ ୧୪୦ କିଲୋମିଟର ଦୂର ରୌନପଦା ଗାଁରେ ୫ ଜଣ ବ୍ୟକ୍ତି ବସ୍‌ରୁ ଓହ୍ଲାଇବା ମାତ୍ର ତାଙ୍କ ଉପରେ ହୋଇଥିଲା ଆକ୍ରମଣ।  କିଛି ବୁଝିବା ଆଗରୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକ। ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଡାକ୍ତରଖାନାରେ ଚାଲିଯାଇଥିଲା ଆଉ ୨ ଜଣଙ୍କ ଜୀବନ।

dhule-lynch ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନେ ହେଲେ ଯାଯାବର।  ମାଗିଯାଚି ପରିବାର ଚଳାନ୍ତି ଏମାନେ।  ଆଉ ପାଲଟଣା ତମ୍ବୁରେ କଟେ ଏମାନଙ୍କ ଜୀବନ।  ହେଲେ ପିଲାଚୋରି ଗୁଜବ ସେମାନଙ୍କ ପରିବାରକୁ ବେସାହାରା କରିଦେଇଛି। ସୋସିଆଲ ମିଡିଆରେ କିଛି ଦିନ ହେଲା ପିଲାଚୋରି ପ୍ରସଙ୍ଗ ଭାଇରାଲ ହୋଇଥିଲା।  ଦିନକୁ ଦିନ ବଢିବାରେ ଲାଗିଛି ଏହି ଗୁଜବ। ଏହାକୁ ନା ରୋକିପାରୁଛି ପ୍ରଶାସନ, ନା ସତେଚନ ହେଉଛନ୍ତି ସାଧାରଣ ଲୋକ।  ସେପଟେ ଏହି ଘଟଣାରେ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରଧୋରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ମନ୍ତ୍ରୀ  ଦୀପକ କସରକର୍ କହିଛନ୍ତି। ସେହିପରି ଗୁଜବକୁ ନେଇ ଆଉ ଏକ ଘଟଣା ଘଟିଛି ତାମିଲନାଡୁର ଚେନ୍ନାଇରେ।  ୨ ଜଣ ଲୋକଙ୍କୁ ପିଲାଚୋରି ଅଭିଯୋଗରେ ଆକ୍ରମଣ କରିଛିନ୍ତି କିଛି ସ୍ଥାନୀୟ ଲୋକ।  ଏହି ଘଟଣାରେ ପୋଲିସ ଜଣଙ୍କୁ ଗରିଫ କରିଛି।

You might also like