ଘାଟି ତଳକୁ ଖସିଲା ବସ୍‌; ୫ମୃତ, ୨୧ ଆହତ

ଡେରାଡୁନ୍‌: ଉତ୍ତରାଖଣ୍ଡ ଅଲ୍‌ମୋରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ତଳକୁ ବସ୍‌ ଖସି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି।

ଭାତ୍ରୋଜ୍‌ଖାନ-ଭିକିୟାସନ୍‌ ରାସ୍ତାରେ ଯାଉଥିବା ସମୟରେ ମୋହର୍ନି ନିକଟରେ ବସ୍‌ଟି ୫୦ଫୁଟ୍‌ ତଳକୁ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୩୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

 

You might also like