ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ବିଦେଶରେ ଯୋଗ ମାନିଆ

ଓ୍ୱାଶିଂଟନ : ଚାଲିଛି ଯୋଗ ଶିବିର । କୌଣସି ଭାରତୀୟ ସହର ନୁହେଁ, ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ଦେଖିବାକୁ ମିଳିଛି ଏମିତି  ଦୃଶ୍ୟ। ପାଖାପାଖି ୨୫ ଶହରୁ ଅଧିକ ଲୋକ ଯୋଗ କରୁଛନ୍ତି। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଓ୍ୱାସିଙ୍ଗଟନରେ ପାଳନ ହୋଇଛି ଯୋଗ ଦିବସ। ଯୋଗ ଶିବିରରେ ଯୋଗ ଦେଇଥିବା ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ ଭାରତୀୟ ରାଷ୍ଟ୍ରଦୂତ ନବତେଜ୍ ସରାନା।

ସେପଟେ ଚୀନର ଏସ୍‌ସିଓ କାର୍ଯ୍ୟାଳୟରେ ହୋଇଥିଲା ଯୋଗ ଶିବିର। ରାଜଧାନୀ ବେଜିଂ ସହରରେ ଯୋଗ ଦିବସ ପାଳନ କରିଥିଲେ ପ୍ରବାସୀ ଭାରତୀୟ ଏବଂ ଚାଇନାବାସୀ। ସାଂଘାଇ କୋଅପରେସନ ଅର୍ଗାନାଇଜେସନ୍ ଦ୍ୱାରା ହୋଇଥିବା ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏସସିଓ  ସଚିବ ରସିଦ ଆଲିମୋଭ।

ନେପାଳର କାଠମାଣ୍ଡୁରେ ମଧ୍ୟ ଆୟୋଜିତ ହୋଇଥିଲା ଯୋଗ ଶିବିର। ପ୍ରାୟ ୧୨ ହଜାର ୫ ଶହ ଫୁଟ୍ ଉପରେ ଯୋଗ କରିଥିଲେ ବୌଦ୍ଧଭିକ୍ଷୁ ଏବଂ ସାଧାରଣ ଲୋକ। ସମୁଦ୍ର ପତ୍ତନ ଠାରୁ ଏତେ ଉଚ୍ଚରେ ପ୍ରାୟ ଅମ୍ଳଜାନ କମ୍‌ ରହିଥାଏ। ତେବେ କଷ୍ଟକର ପରିସ୍ଥିତିରେ ମଧ୍ୟ ଯୋଗ କରି ବିଶ୍ୱବାସୀଙ୍କୁ ଯୋଗ ସନ୍ଦେସ ଦେଇଛନ୍ତି ନେପାଳବାସୀ।

You might also like