ଅପରେସନ ଅଲଆଉଟ, ଟଳିଲେ ୪ ଅାତଙ୍କବାଦୀ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପୁଣିଥରେ ଅାରମ୍ଭ ହୋଇଯାଇଛି ଅପରେସନ ଅଲଅାଉଟ। ରକ୍ଷା ମନ୍ତ୍ରଣାଳୟ ଅସ୍ତ୍ରବିରତି ନିର୍ଦ୍ଦେଶ ଉଠାଇଦେବା ପରେ, ସେନା ପକ୍ଷରୁ ଏହା ପ୍ରଥମ ଅପରେସନ । ଅପରେସନ ଅାରମ୍ଭରୁ ହିଁ ସେନାକୁ ଏକ ବଡ ଧରଣର ସଫଳତା ମିଳିଛି। ସୋମବାର ବାନ୍ଦିପୁରା ସେକ୍ଟରରେ ଭାରତୀୟ ଯବାନଙ୍କ ଗୁଳିରେ ୪ ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର ବିଜବେହାରା ଅଂଚଳରେ ଅାତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ସେହି ଅଞ୍ଚଳକୁ ଘେରିରହି ଅାରମ୍ଭ କରିଥିଲେ ସର୍ଚ୍ଚ ଅପରେସନ।

ରମଜାନ ମାସକୁ ଅାଖିରେ ରଖି କାଶ୍ମୀରରେ ଶାନ୍ତି ଫେରାଇ ଅାଣିବା ପାଇଁ କେନ୍ଦ୍ର ସରକାର ୧୬ ମଇରୁ ଅପରେସନକୁ ସ୍ଥଗିତ ରଖିଥିଲେ। ଇଦ ପରେ ସରକାର ଏହାକୁ ହଟେଇଦେଇଛନ୍ତି ଓ ଅାତଙ୍କବାଦୀଙ୍କ ବିରୋଧରେ ଅାଉଥରେ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

You might also like