ଗୋଟିଏ ଦିନରେ ୪ ଭଉଣୀଙ୍କ ସଲିଳ ସମାଧି

ଖୋର୍ଦ୍ଧା : ଗୋଟିଏ ଦିନରେ ଗଲା ୪ ଜଣ ଭଉଣୀଙ୍କ ଜୀବନ। ଖୋର୍ଦ୍ଧା ନାରଣଗଡ଼ ପଞ୍ଚାୟତ ଓରମି ଗାଁରେ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଯାଇଛି। ମୃତ ୨ ଭଉଣୀଙ୍କ ଘର କୁହୁଡୁ ସୋରଣ ଗାଁରେ। ସେମାନେ ଖରାଛୁଟିରେ ମାମୁ ଘରକୁ ବୁଲି ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।

ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ଲମତାପୁଟ ଆଉଡ଼ିପଡ଼ା ଗାଁରେ ଥିବା ନାଳରେ ଭାସିଯାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ବାପାମାଆଙ୍କ ସହ ବିଲକୁ ଯାଇଥିବା ବେଳେ ୨ ଭଉଣୀ ଭାସି ଯାଇଥିବା ଜଣାପଡ଼ିଛି। ମୃତ ୨ ଭଉଣୀଙ୍କ ବୟସ ୮ ବର୍ଷ ଓ ୧୦ ବର୍ଷ ହେବ। ଘଟଣା ସଂପର୍କରେ ଖବର ପାଇ ଲମତାପୁଟ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

You might also like